Koraput

ଏପିଓଙ୍କ ଆନ୍ଦୋଳନ ଧମକ, ଅଗଷ୍ଟ ୨୫ ସୁଦ୍ଧା ସରକାର ନ ଚେତିଲେ କାର୍ଯ୍ୟ ବନ୍ଦ

ଜୟପୁର : ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟନ୍ଵୟ ପାଇଁ ପ୍ରତି ବ୍ଲକରେ ୨୦୧୨ ମସିହା ଠାରୁ ନିଯୁକ୍ତ ହୋଇଥିବା ଏପିଓ ଏବଂ ଜିଲ୍ଲା ସଂଯୋଜକ ମାନେ ଆଜି ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ ମାନଙ୍କୁ ଦାବିପତ୍ର ପ୍ରଦାନ ସହ ଆନ୍ଦୋଳନ ଧମକ ଦେଇଛନ୍ତି । ଓଡ଼ିଶା ରାଜ୍ୟ ମନରେଗା ସଂଯୋଜକ ଏବଂ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସଂଘ ପକ୍ଷରୁ ଆଜି ଜୟପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ରାଜ୍ୟ ସାଧାରଣ ସମ୍ପାଦକ ମାନସ ରଞ୍ଜନ କର କହିଛନ୍ତି ଯେ, ଦୀର୍ଘ ବର୍ଷ ଧରି ସରକାରଙ୍କ ପଞ୍ଚାୟତ ରାଜ ବିଭାଗରେ କାର୍ଯ୍ୟ ସମ୍ପାଦନ କରୁଥିଲେ ବି ସେମାନଙ୍କୁ ଠିକା କର୍ମଚାରୀ ଭାବେ ରଖାଯାଇଛି । ସରକାର ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କୁ ନିୟମିତ କରିଥିଲେ ମଧ୍ୟ ସେମାନଙ୍କ କଥା ବିଚାରକୁ ନେଉନାହାନ୍ତି । ଏହା ସେମାନଙ୍କ ପ୍ରତି ଘୋର ଅନ୍ୟାୟ । ସରକାର ତୁରନ୍ତ ସେମାନଙ୍କ ଚାକିରୀ ନିୟମିତ କରିବାକୁ ସଂଘ ଦାବି କରିଛି । ଏପରିକି ସେମାନଙ୍କୁ ବିଡିଓ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମଧ୍ୟ ପଦୋନ୍ନତି ଦେବାକୁ ସଂଘ ଦାବି କରିଛି । ବିହାର, ଛତିଶଗଡ଼ ଏବଂ ରାଜସ୍ଥାନ ଭଳି ରାଜ୍ୟରେ ଏହି ପଦଵୀ ଗୁଡିକ ରାଜ୍ୟ ସରକାର ନିୟମିତ କରିଥିବା ବେଳେ ଓଡ଼ିଶା କ୍ଷେତ୍ରରେ କାହିଁକି ନ ହେବ ବୋଲି ସଂଘ ପ୍ରଶ୍ନ କରିଛି । ଯଦି ଆସନ୍ତା ଅଗଷ୍ଟ ୨୫ ତାରିଖ ମଧ୍ୟରେ ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ ନ କରନ୍ତି ତେବେ ସେମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସାଗରୀକା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button