Koraput

କଲ୍ୟାଣକାରୀ ଯୋଜନାରେ ସାମିଲ ନେଇ ଆଟୋ ମାଲିକ ସଂଘର ଦାବି

ଜୟପୁର : ଅଟୋ ମାଲିକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜୟପୁର ଉପ ଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ଦାବି ପତ୍ର ପ୍ରଦନ କରାଯାଇଛି । ଅଟୋ ରିକ୍ସା ଡ୍ରାଇଭର ଓ କର୍ମଚାରୀମାନଙ୍କୁ କଲ୍ୟାଣକାରୀ ଯୋଜନାରେ ସାମିଲ କରିବା ପାଇଁ ଦାବି କରାଯାଇଛି । ଯେପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁ ବାବୁ ପେନସନ ଯୋଜନା ଆଦି ସାମିଲ କରିବାକୁ ଦାବି କରାଯାଇଛି ।

ମୃତକୁ ଡ୍ରାଇଭରଙ୍କ ପରିବାରକୁ ଇନସ୍ୟୁରାନ୍ସ ଓ କ୍ଷତିପୁରଣ ବାବଦରେ ୪ ଲକ୍ଷ ଟଙ୍କା ପ୍ରଦାନ କରିବା, ଗୁରୁତର ଆହତକୁ ୮୦ ହଜାର ଟଙ୍କା, ସ୍ଥାୟୀ ଅର୍କମଣ୍ୟକୁ ଦେଢ ଲକ୍ଷ ଟଙ୍କା, ସାଧାରଣ ମୃତ୍ୟୁକୁ ୨ ଲକ୍ଷ ଟଙ୍କା ଆଦି ଦେବାକୁ ସଂଘର ସଭାପତି ଅନିଲ କୁମାର ପଣ୍ଡା ଉପ ସଭାପତି କାହ୍ନୁ ଚରଣ ଗନ୍ତାୟତ ପ୍ରମୁଖ ଦାବି କରିଛନ୍ତି । ଉକ୍ତ ଦାବିକୁ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ସମର୍ଥନ ଜଣାଇ ସାମିଲ ହୋଇଛନ୍ତି ।

Related Articles

Leave a Reply

Your email address will not be published.

Back to top button