ଯାଜପୁର

ଜିଲ୍ଲା ସ୍ତରରେ ୧୯ ଏଏସଆଇଙ୍କ ଅଦଳବଦଳ

କୋରେଇ : ଯାଜପୁର ଜିଲ୍ଲାର ବିଭିନ୍ନ ଥାନା, ଫାଣ୍ଡି ତଥା ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ୧୯ଜଣ ଏଏସଆଇଙ୍କ ଅଦଳବଦଳି ଡିଓ ନମ୍ବର ୧୭୪୧ରେ ପ୍ରକାଶ ପାଇଛି । ପୁଲିସ ମୁଖ୍ୟାଳୟରୁ ୧୬ ଜଣ, ଡିପିଓରୁ ଜଣେ, ଜେନାପୁର ଥାନାରୁ ଜଣେ ଓ ଜାରକା ବିଟ୍ ହାଉସ୍ ରୁ ଜଣେ ଏଏସଆଇଙ୍କୁ ବଦଳି କରାଯାଇଥିବା ଜଣାପଡିଛି । ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ଏଏସଆଇ ରାଜକିଶୋର ଲୋହାଙ୍କୁ ମୁଖ୍ୟାଳୟରୁ ବିଂଝାରପୁର ଥାନା, ଅଭ୍ରାଂଶୁ ମହାନ୍ତିଙ୍କୁ ମୁଖ୍ୟାଳୟରୁ ଦସରଥପୁର ଥାନା, ବୀରବର ରାଉତଙ୍କୁ ମୁଖ୍ୟାଳୟରୁ ଯାଜପୁର ସଦର ଥାନା, ଗୃହଲଷ୍ମୀ ରାଉତଙ୍କୁ ମୁଖ୍ୟାଳୟରୁ ଯାଜପୁର ଆଦର୍ଶ ଥାନା, ଅରୁଣୀମା ମହାପାତ୍ରଙ୍କୁ ମୁଖ୍ୟାଳୟରୁ ଧର୍ମଶାଳା ଥାନା, ତ୍ରିଲୋଚନ ସାମନ୍ତରାୟଙ୍କୁ ମୁଖ୍ୟାଳୟରୁ ବଡଚଣା ଥାନା, ଧୀରେନ ପଣ୍ଡାଙ୍କୁ ମୁଖ୍ୟାଳୟରୁ ବୈରୀ ଥାନା, ଅମିତା ପଣ୍ଡାଙ୍କୁ ମୁଖ୍ୟାଳୟରୁ ଟମକା ଥାନା, ଅଞ୍ଜନ କୁମାର ବଳଙ୍କୁ ମୁଖ୍ୟାଳୟରୁ ଜଖପୁରା ଥାନା, ନର୍ମଦା ରାଉତଙ୍କୁ ମୁଖ୍ୟାଳୟରୁ ଏସଆର ସେକ୍ସନ, ପ୍ରମୋଦ ମହାପାତ୍ରଙ୍କୁ ମୁଖ୍ୟାଳୟରୁ ଡିଆଇବି ଯାଜପୁର, ସନ୍ତୋଷ ନାୟକ ଙ୍କୁ ମୁଖ୍ୟାଳୟରୁ ସାଇବର ସେଲ ଡିପିଓ ଯାଜପୁରକୁ, ଚିତ୍ତରଞ୍ଜନ ଜେନାଙ୍କୁ ମୁଖ୍ୟାଳୟରୁ ଯାଜପୁର ରୋଡ଼ ଥାନା, ସତ୍ୟରଞ୍ଜନ ସାହୁଙ୍କୁ ମୁଖ୍ୟାଳୟରୁ ବାଲିଚନ୍ଦ୍ରପୁର ଥାନା,କାବେରୀ ପଣ୍ଡାଙ୍କୁ ମୁଖ୍ୟାଳୟରୁ ମଙ୍ଗଳପୁର ଥାନା, ପ୍ରକାଶ କୁମାର ସିଂହଙ୍କୁ ମୁଖ୍ୟାଳୟରୁ ବ୍ରହ୍ମବରଦା ଥାନା, ମନୋଜ କୁମାର ପରିଡାଙ୍କୁ ଏସଆର ସେକ୍ସନ ଡିପିଓ ଯାଜପୁରରୁ କୁଆଖିଆ ଥାନା, ସନ୍ତୋଷ କୁମାର ସିଂ ଙ୍କୁ ଜେନାପୁର ଥାନାରୁ ଜାରକା ବିଟ ହାଉସ, ପ୍ରଶାନ୍ତ କୁମାର ତ୍ରିପାଠୀ ଙ୍କୁ ଜାରକା ବିଟ ହାଉସ ରୁ କୋରେଇ ଥାନାକୁ ବଦଳି କରାଯାଇଥିବା ଜଣାପଡିଛି।

Related Articles

Leave a Reply

Your email address will not be published.

Back to top button