ଯାଜପୁର

ବ୍ରହ୍ମବରଦା କୁଦଠାରେ ଭଳିଆକୁ ନେଇ ଲୋକେ ଭୟଭିତ

ଧର୍ମଶାଳା : ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ପ୍ରବେଶ ପରେ ଅନେକ ଦୃବଳ ନଦୀ ବନ୍ଧ କଡରେ ଭଳିଆ ପଡିଥିବା ଦେଖିବାକୁ ମିଳିଛି । ଫଳରେ ଆଜି ଏହି ଭଳିଆ ପଡିବାକୁ ନେଇ ନଦୀ କୂଳିଆ ଆତଙ୍କିତ ହୋଇପଡିଛନ୍ତି । ଗତ କାଲି ବନ୍ୟାଜଳ ବୃଦ୍ଧି ପାଇଥିଲା । ଫଳରେ ଆଜି ସକାଳେ ରସୁଲପୁର ବ୍ଲକ ବ୍ରହ୍ମବରଦା ନିକଟସ୍ଥ କୁଦଠାରେ ନଦୀରେ ଭଳିଆ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ । ଏହି ଖବର ପ୍ରଚରିତ ହେବା ପରେ ବହୁ ଲୋକେ ବନ୍ଧ ଉପରେ ରୁଣ୍ଡ ହୋଇଥିଲେ । ତେବେ ଏହି ଘଟଣାକୁ ନେଇ ଏହି ଭଳିଆ ସ୍ଥାନରେ ଶହଶହ ବାଲି ବସ୍ତା ପକାଯାଇଥିଲା । ଏହି ଭଳିଆକୁ ନେଇ ଲୋକେ ଭୟଭିତ ହୋଇପଡିଥିଲେ ।

Related Articles

Leave a Reply

Your email address will not be published.

Back to top button