ଯାଜପୁର

ଝାଲପଡା ଗ୍ରାମରେ ବ୍ରାହ୍ମଣୀ ନଦୀ ଜଳ ପ୍ରବେଶ : ଜଳବନ୍ଦୀ ଅବସ୍ଥାରେ ଲୋକେ

ଧର୍ମଶାଳା : ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ଆସିବା ପରେ ବ୍ୟାପକ ଅଞ୍ଚଳ ଜଳମ୍ନ ହୋଇଛି । ତେବେ ନଦୀରେ ବନ୍ୟାଜଳ ଆସିବା ଫଳରେ ଯାଜପୁର ବ୍ଲକ ବରୀ ନିର୍ବାଚନ ମଣ୍ଡଳୀର ଝାଲପଡା ପଞ୍ଚାୟତ ସ୍ଥିତ ୧୩,୧୪ ଓ ୧୫ ନଂ ୱାର୍ଡର ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଘର ଭିତରେ ବନ୍ୟାଜଳ ପ୍ରବେଶ କରିବା ସହ ଗାଁ ରାସ୍ତାରେ ବନ୍ୟା ପାଣି ଲହଡି ଭାଙ୍ଗୁଛି । କିଏ ନଦୀ ବନ୍ଧ ଉପରେ ଜରି ପାଲ ତଳେ ତ ଆଉ କିଏ ଛାତ ଉପରେ ଉପରେ ରୋଷେଇ କରୁଥିବା ବେଳେ ନଦୀ ବନ୍ଧ ଉପରେ ଗୃହପାଳିତ ପଶୁ ଖାଦ୍ୟ ଅଭାବରୁ ଭୋକ ଉପାସରେ ପଡି ରହିଛନ୍ତି । ଗୁରୁବାର ରାତି ସମୟରେ ହଠାତ ବନ୍ୟାଜଳ ଗାଁକୁ ପ୍ରବେଶ କରିଥିଲା । ବନ୍ୟା ଜଳ ପ୍ରବେଶ ପରେ ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଥିଲା । ଅନେକ ମାଟି ଘର କାନ୍ଥ ଭାଙ୍ଗି ଯାଇଥିବା ବେଳେ ଅନେକ ଲୋକେ ଛାତ ଉପରେ ଖୋଲା ଆକାଶରେ ରହିଛନ୍ତି । ବିପନ୍ନମାନେ ସରକାରୀ ସହାୟତାକୁ ଅନାଇ ବସିଥିବା ବେଳେ କେବଳ ପଞ୍ଚାୟତ ପକ୍ଷରୁ ଶୁଖିଲା ଖାଦ୍ୟ ଦିଆଯାଇଥିଲା । ତେବେ ଏଠାରେଘେରି ବନ୍ଧ ନ ଥବବାରୁ ବ୍ରାହ୍ମଣୀ ନଦୀରେ ବନ୍ୟା ଜଳ ଆସିଲେ ଝାଲପଡା ପଞ୍ଚାୟତ ପ୍ରଭାବିତ ହୋଇଥାଏ । ଏଣୁ ଏଠାରେ ବନ୍ୟା ଦାଉରୁ ରକ୍ଷା ପାଇବାକୁ ହେଲେ ଏଠାରେ ଘେରି ବନ୍ଧର ଆବଶ୍ୟକତା ରହିଛି ବୋଲି ବନ୍ୟା ବିପନ୍ନମାନେ ଦାବି କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button