ଯାଜପୁର

ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା କାର : ଅଳ୍ପକେ ବର୍ତିଲେ ଡ୍ରାଇଭର ସହ ୫ ଯାତ୍ରୀ

ଧର୍ମଶାଳା : ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ବରୁହାଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତା ନାଳକୂଳ ନିକଟସ୍ଥ କଲେଜଛକଠାରେ ଏକ କାର ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । କାର ଭିତରେ ଥିବା ଡ୍ରାଇଭର ସମେତ ମୋଟ ୬ ଜଣ ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି । ଡ୍ରାଇଭର ସହ କାରରେ ୨ପୁରୁଷ ସହ ୨ ଜଣ ମହିଳା ଓ ଗୋଟେ ଶିଶୁ ପୁତ୍ର ଥିବା ବେଳେ ସେମାନଙ୍କ ଘର ବରୀ ନିର୍ବାଚନ ମଣ୍ଡଳୀ ଗୋଳକୁଣ୍ଡ ଗ୍ରାମର ବୋଲି ଜଣାପଡିଛି । ଆଜି ସକାଳ ୧୦ଟା ସମୟରେ ଏକ ମାରୁତି ସୁଇଫ୍ଟ ଡିଜେଆର ( ଓଡି୦୪ଜି୬୮୮୮୮) କାରରେ ଗୋଳକୁଣ୍ଡ ଗ୍ରାମର ନରୋତମ ଜେନା (୬୩) ତାଙ୍କ ପୁଅ ଅଶୋକ(୩୩) ବୋହୁ ଓ ୨ମାସର ନାତି ଏବଂ ବୋହୂର ଭଉଣୀ ସମସ୍ତେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ବ୍ରହ୍ମବରଦା ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ବ୍ରହ୍ମବରଦା ପୋଲିସ ଘଟଣାସ୍ଥଳରେ ପଂହଚି ସେମାନଙ୍କୁ କାର ଭିତରୁ ଉଦ୍ଧାର କରି ସ୍ଥାନୀୟ କୋତପୁର ପ୍ରାଥମିକ ଚିକିତ୍ସାଳୟକୁ ପଠାଇ ଦେଇ ବେଳେ କାରକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି । ଏହି ଘଟଣାରେ ନରୋତମ ଗୁରୁତର ଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button