ଯାଜପୁର

ନିରଘାଟ କେଲୁଅ ନଦୀ କୂଳରୁ ଅଚିହ୍ନା ମହିଳାଙ୍କ ଗଳିତ ଶବ ଉଦ୍ଧାର

ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ନିରଘାଟ କେଲୁଅ ନଦୀ କୂଳରୁ ଆଜି ଜଣେ ମହିଳାଙ୍କ ଶବ ଉଦ୍ଧାର ହୋଇଥିବା ଜଣାପଡିଛି । ବ୍ରାହ୍ମଣୀ ଶାଖା ନଦୀ କେଲୁଅ ନଦୀ ନିରଘାଟ ନିକଟସ୍ଥ ଛନ୍ଦାରେ ଏକ ବୁଦା ଭିତରୁ ଜଣେ ମହିଳା ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ବଢି ପାଣିରେ ଏହି ଶବଟି ଭାସି ଆସିଥିବା ବେଳେ ଶାଢୀଟି ଏକ ଗଛ ଡାଳରେ ଲାଗି ଯାଇଥିବାରୁ ଶବଟି ଭାସି ନଯାଇ ଏଠାରେ ଏକ ବୁଦାରେ ଲାଗି ଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ଧର୍ମଶାଳା ଥାନାକୁ ଜଣାଇଥିଲେ । ଚଣ୍ଡିଖୋଲ ଅଗ୍ନୀଶମ ବାହିନୀ ସହାୟତାରେ ନଦୀ କୂଳରୁ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ମୃତ ଦେହଟି ଅନେକ ଦିନର ହୋଇଥିବା ବେଳେ ଏହା ଜଣେ ବୟସ୍କ ମହିଳା ହୋଇଥିବା ଅନୁମାନ କରାଯାଉଛି । ମହିଳା ଜଣକ ଏକ ନୀଳ ରଙ୍ଗର ଶାଢୀ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ପୋଲିସ ମୃତ ଦେହକୁ ଜବତ କରି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button