ଯାଜପୁର

ପାଣିକୋଇଲି ଛକରେ ଦମକଳ କେନ୍ଦ୍ର ଖୋଲିବାକୁ ଦାବି

କୋରେଇ : ୩ଟି ଜିଲ୍ଲାର ସଂଯୋଗ ସ୍ଥଳୀ ଭାବେ ପରିଚିତ ପାଣିକୋଇଲି ଛକ। କୋରାଇ ଓ ଯାଜପୁର ବିଧାନସଭାକ୍ଷେତ୍ରର ମଧ୍ୟସ୍ଥଳୀ ହେଉଛି ପାଣିକୋଇଲି ବଜାର। ଏହା ୧୬ ଓ ୨୦ ନମ୍ବର ଜାତୀୟ ରାଜପଥର ସଂଯୋଗସ୍ଥଳ। ଜିଲ୍ଲା ପୁଲିସ ମୁଖ୍ୟାଳୟ ସମେତ ପୂର୍ତ୍ତ ନିର୍ବାହୀ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ, ରାଜସ୍ବ ବିଭାଗ କାର୍ଯ୍ୟାଳୟ, ଉପ ଡାକଘର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଣୀଧନ କେନ୍ଦ୍ର, କୃଷି ସମବାୟ ସମିତି, ଜବାହାର ନବୋଦୟ ବିଦ୍ୟାଳୟ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ମହାବିଦ୍ୟାଳୟ, ବେସରକାରୀ ବିଦ୍ୟାଳୟ, ସରସ୍ବତୀ ଶିଶୁ ମନ୍ଦିର ଆଦି ଅନେକ ଶିକ୍ଷା ଅନୁଷ୍ଠାନ ପାଣିକୋଇଲିରେ ରହିଛି । ଏଥି ସହିତ ହେଲିପ୍ୟାଡ ହେବାର ପରିକଳ୍ପନା ରହିଛି। ଟ୍ରମା କେୟାର କେନ୍ଦ୍ର ଭଳି ବିଭିନ୍ନ ଅନୁଷ୍ଠାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ ସମୟରେ ରାଜପଥରେ ଦୁର୍ଘଟଣା ହେଲେ କୁଆଖିଆ କିମ୍ବା ଯାଜପୁରରୋଡ ଦମକଳ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡୁଛି । ପାଣିକୋଇଲିର ୧୫ କି.ମି.ରୁ ଅଧିକ ଦୂରରେ ବୈତରଣୀରୋଡ, ଯାଜପୁରରୋଡ ଓ କୁଆଖୁଆରେ ଦମକଳ କେନ୍ଦ୍ର ରହିଛି । ପାଣିକୋଇଲିରେ ଦମକଳ କେନ୍ଦ୍ର ନଥିବାରୁ ଅନେକାଂଶରେ ଦମକଳ ପହଞ୍ଚିବା ପୂର୍ବରୁ ଧନ, ଜୀବନହାନୀ ହେବାର ନଜିର ରହିଛି। ପାଣିକୋଇଲିରୁ ଅଡଙ୍ଗ, ପାଣିକୋଇଲିରୁ ଶଙ୍ଖଚିଲା, ପାଣିକୋଇଲିରୁ ସାହାପୁର, ପାଣିକୋଇଲିରୁ ମୂଳାପାଳ ଭଳି ବିଭିନ୍ନ ଗ୍ରାମଞ୍ଚଳକୁ ସହଜରେ ଯାତାୟତର ସୁବିଧା ରହିଛି। ଫଳରେ ପାଣିକୋଇଲିରେ ଦମକଳ କେନ୍ଦ୍ର ହେଲେ କୌଣସି ଅଘଟଣ ଘଟିଲେ ଖୁବ ଶିଘ୍ର ସେଠାରେ ପହଞ୍ଚିବା ସହ ଜନସାଧାଣଙ୍କ ଧନଜୀବନ ସୁରକ୍ଷା ହୋଇପାରିବ। ଆବଶ୍ୟକତା ଦୃଷ୍ଟିରୁ ବିଚାର କଲେ ପାଣିକୋଇଲି ଠାରେ ଦମକଳ କେନ୍ଦ୍ର ପ୍ରତିଷ୍ଠାର ଯଥାର୍ଥତା ରହିଛି। ଜନପ୍ରତିନିଧି ଓ ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଛି।

Related Articles

Leave a Reply

Your email address will not be published.

Back to top button