ଅପରାଧଓଡ଼ିଶାଭୁବନେଶ୍ୱରଶିକ୍ଷା/ଗବେଷଣା

ପୁଣି ରାଜଧାନୀରେ ଅଣଛାତ୍ରଙ୍କ ଆତଙ୍କ

ଭୁବନେଶ୍ୱର: ପୁଣି ରାଜଧାନୀରେ ଅଣଛାତ୍ରଙ୍କ ଆତଙ୍କ l କିଛି ଦିନ ବ୍ୟବଧାନରେ ବିଜେବି କଲେଜରେ ପୁଣି ଥରେ ଛାତ୍ରଙ୍କ ଉପରେ ଅଣଛାତ୍ରଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି l କ୍ରିକେଟ ଖେଳକୁ କେନ୍ଦ୍ର କରି ଛାତ୍ର ଓ ଅଣଛାତ୍ର ମଧ୍ୟରେ ମାରପିଟ ହୋଇଛି । ଏହି ଘଟଣାରେ ୨ଜଣ ଗୁରୁତର ହୋଇଥିବା ବେଳେ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଅନ୍ୟପଟେ 4 ଜଣଙ୍କୁ ଅଟକ ରଖି ବଡ଼ଗଡ଼ ଥାନା  ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ ସକାଳ ସମୟରେ ଆମ୍ବେଦକର ଛାତ୍ରବାସର କିଛି ଛାତ୍ର ପଡିଆରେ କ୍ରିକେଟ ଖେଳୁଥିବା ବେଳେ ୨୦ରୁ ୩୦ ଜଣ ଅଣଛାତ୍ର ସେଠାକୁ ଆସିଥିଲେ । କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ପରେ କ୍ୟାମ୍ପସ ଗ୍ରାଉଣ୍ଡରେ ଗୋଡ଼ାଇ ଗୋଡ଼ାଇ  3 ଛାତ୍ରଙ୍କୁ ହାଣିଥିଲେ ଅଣଛାତ୍ର l ତେବେ ଗୁରୁତର ମାନଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଛି । ଘଟଣାର ତଦନ୍ତ ପାଇଁ ବଡଗଡ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published.

Back to top button