ଅପରାଧଓଡ଼ିଶାଭୁବନେଶ୍ୱର

କଲେଜରେ ଅଣଛାତ୍ରଙ୍କ ଗୁଣ୍ଡାରାଜ

ଭୁବନେଶ୍ୱର: କଲେଜ ଭିତରେ ତୁମୁଳ କାଣ୍ଡ । ସମସ୍ତଙ୍କ ଉପସ୍ଥିତିରେ  କଲେଜ ଭିତରେ ପଶି ମାଡ ମାରିଲେ ଅଣଛାତ୍ର । ଅଣଛାତ୍ରଙ୍କ ଆକ୍ରମଣରେ ଯୁକ୍ତ ତିନି ପ୍ରଥମ ବର୍ଷର 3 ଛାତ୍ର ଆହତ । ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ଛାତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଇଥିବା ସୂଚନା । ଏପରି କାଣ୍ଡ ଦେଖିବାକୁ ମିଳିଛି ରାଜଧାନୀର ମହର୍ଷି କଲେଜରେ ।

ଆଜି ସକାଳ ସମୟରେ କିଛି ଅଣଛାତ୍ର କଲେଜ ଭିତରକୁ ପଶିଆଶି 3ଜଣ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଯେଉଁଥିରେ ଆହାତ ହୋଇ ଜଣେ ଛାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଆକ୍ରମଣ କରିଥିବା ଛାତ୍ରମାନେ ଝାଡପଡା ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନା ମୁତାବକ ଦୁଇଦିନ ପୂର୍ବରୁ କଲେଜ କ୍ୟାମ୍ପସ କିଛି ଅଣଛାତ୍ର ପଶି ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ । ଏହାଦେଖି କଲେଜର କିଛି ଛାତ୍ର ସେମାନଙ୍କ ବିରୋଧ କରିବା ସହ ସେମାନଙ୍କୁ ପ୍ରନ୍ସିପାଲ ପାଖକୁ ନେଇଥିଲେ । ପ୍ରନ୍ସିପାଲ ଏନେଇ ପୋଲିସ ଓ ସେମାନଙ୍କ ଅବିଭାବକ କୁ ଖବର ଦେଇଥିଲେ । ଏବଂ ଏମାନେ ଏପରି କାଣ୍ଡ କେବେ କରିବେ ନାହିଁ ବୋଲି ପୋଲିସ ଆଗରେ କହିଥିଲେ ।

କିନ୍ତୁ ଦୁଇଦିନ ପରେ ରାଗର ପ୍ରତିଶୋଧ ନେବା ପାଇଁ ସୋମବାର ସକାଳ 10 ଟା ସମୟରେ ଦଶରୁ ଉର୍ଦ୍ଧ ଅଣଛାତ୍ର କଲେଜକୁ ରଡ,ବ୍ୟାଟ ଓ ହକିଷ୍ଟିକ ଧରି ପଶିଥିଲେ ଏବଂ ତିନି ଜଣ ଛାତ୍ରଙ୍କୁ ପ୍ରବଳ ମାରିଥିଲେ । ମାଡ ମାରୁଥିବାଦେଖି କଲେଜର ସିକ୍ୟୁରିଟ ଗାର୍ଡ ସହ ଅନ୍ୟ ଛାତ୍ରମାନେ ସେଠାକୁ ଦୌଡି ଯିବାରୁ ଉକ୍ତ ଯୁବକ ମାନେ ସେଠାରୁ ପଳାଇଥିଲେ ।

ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଛାତ୍ରମାନଙ୍କୁ ବୁଝାସୁଝା କରିଛି ।  ଏବଂ ଆକ୍ରମଣକାରୀ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି । କଲେଜ ପ୍ରନ୍ସିପାଲ କହିବା ଅନୁଯାୟୀ ଦୁଇଦିନ ପୂର୍ବରୁ ଆମେ ପୋଲିସକୁ ଖବର ଦେଇଥିଲୁ ଏବେ ଆଉଥରେ ବିବାଦ ମୁଣ୍ଡ ଟେକିଥିବାରୁ ଆମେ ପୋଲିସ କୁ ସୂଚନା ଦେଇଛୁ । । ତେବେ ଯାହାକିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଆଇନ ଅନୁଯାୟୀ କରାଯିବ ବୋଲି କହିଛନ୍ତି ପ୍ରନ୍ସିପାଲ ।  

Related Articles

Leave a Reply

Your email address will not be published.

Back to top button