Koraput

କୋରାପୁଟ ଜିଲ୍ଲା କୋଟିଆ ଗସ୍ତରେ ରାଜ୍ୟ କୃଷି ସଚିବ ଅରବିନ୍ଦ ପାଢ଼ୀ

ଜୟପୁର : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଓଡିଶା ଆନ୍ଧ୍ର ମଧ୍ୟରେ ବିବାଦ ଲାଗିରହିଥିବା କୋଟିଆ ପଞ୍ଚାୟତ ଗସ୍ତ କରିଛନ୍ତି ରାଜ୍ୟ କୃଷି ସଚିବ ଅରବିନ୍ଦ ପାଢୀ । ଓଡିଶା ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରି ସେ ଫେରିଛନ୍ତି । ସେ ଆଗାମୀ ଦିନରେ ଓଡିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା କୃଷି ଉତ୍ପାଦନ କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଚାଷୀଙ୍କୁ ଆତ୍ମ ନିଯୁକ୍ତି ଯୋଜନା କିଭଳି କାର୍ଯ୍ୟକ୍ଷମ ହୋଇପାରିବ ସେଥିନେଇ ଗସ୍ତ ରହିଥିଲା । ଉକ୍ତ ଗସ୍ତରେ କୋଟିଆର ଆଦର୍ଶ ବିଦ୍ୟାଳୟ, ଜଗନ୍ନାଥ ମନ୍ଦିର, କୋଲ୍ଡ ଷ୍ଟୋରେଜ, ସ୍ଥାନୀୟ ଚାଷୀଙ୍କ ଚାଷ କାର୍ଯ୍ୟ ଗୁଡ଼ିକୁ ଦେଖିଥିଲେ । ଏହାପରେ ସେ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ଜନପ୍ରତିନିଧି ଏବଂ ଚାଷୀଙ୍କ ସହ ଆଲୋଚନା କରିଥିଲେ । କୋଟିଆର ରୂପାନ୍ତରଣରେ ଜିଲ୍ଲା ପ୍ରଶାସନର ଭୂମିକାକୁ ସେ ପ୍ରଶଂସା କରିଥିଲେ । ଏବଂ ବୈଠକରେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଗୁଡ଼ିକୁ ନେଇ ଅବଗତ ହୋଇ ଏହାର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।

ଏହି ସମୟରେ କୋରାପୁଟ ଜିଲ୍ଲାପାଳ ଅବଦୁଲ୍ ମହମଦ୍ ଅକ୍ତର୍ ଏବଂ ବିଭିନ୍ନ ଜିଲ୍ଲା ଓ ବ୍ଲକ ଅଧିକାରୀ, ସ୍ଥାନୀୟ ସରପଞ୍ଚ ଲିଉ ଗେମେଲ, ପଟ୍ଟାଙ୍ଗି ଜୋନ ୧ ଜିଲ୍ଲା ପରିଷଦ ସଦସ୍ୟ ଟିକାଈ ଗେମେଲ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related Articles

Leave a Reply

Your email address will not be published.

Back to top button