Koraput

ଲାଲ ସାହି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ସିଆରସିସିଙ୍କୁ ତାଲା

ଜୟପୁର : ଜୟପୁର ପୌରାଞ୍ଚଳରେ ଥିବା ଲାଲ ସାହୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ପଡିଲା ତାଲା । ଏମିତିକି ସିଆରସିସି ସଂଯୁକ୍ତା ରାଉତଙ୍କୁ ମଧ୍ୟ ତାଲା ପକାଇଯାଇଥିଲା । ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ପାଢ ପଢାଯାଉଛି । ବିଦ୍ୟାଳୟରେ ୫୦ରୁ ୬୦ ଛାତ୍ର ଛାତ୍ରୀ ଅଛନ୍ତି । ବିଦ୍ୟାଳୟରେ ଗୋଟିଏ ଶିକ୍ଷୟତ୍ରୀ ଅଛନ୍ତି । ଉକ୍ତ ଶିକ୍ଷୟତ୍ରୀ ଜଣକ ସମସ୍ତ ଜାବତୀୟ କାଯ୍ୟ କରିବା ସହ ପାଠ ପଢାଉଛନ୍ତି । ଏକ ମାତ୍ର ଶିକ୍ଷୟତ୍ରୀ ପ୍ରଥମରୁ ପଞ୍ଚମ ଶ୍ରେଣି ପଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ କିପରି ପାଠ ପଢାଯାଉଛି ତାହା ସହଜେ ଅନୁମେୟ । ଏହା ଶହ ଶିକ୍ଷା ବିଭାଗର କୌଣସି ବୈଠକ ପାଇ ଗଲେ ଶିକ୍ଷୟତ୍ରୀ ଜଣକ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ସାହି ବାସିନ୍ଦାଙ୍କୁ ଜିମା ଦେଇ ବୈଠକରେ ଯୋଗ ଦେବାକୁ ଯାଉଛନ୍ତି । ଜଣେ ମାତ୍ର ଶିକ୍ଷୟତ୍ରୀ ଏପରି ବ୍ୟସ୍ତ ରହୁଥିବା ବେଳେ କୋମଳ ମତି ଛାତ୍ର ଛାତ୍ରୀଙ୍କ ପାଠ ପଢାରୁ ବଞ୍ଚିତ ହେଉଛନ୍ତି । ଏନେଇ ସାହି ବାସିନ୍ଦା ତରଫରୁ ଜୟପୁର ଗୋଷ୍ଠି ଶିକ୍ଷାଧିକାରି ଓ କୋରାପୁଟ ସ୍ଥିତ ଜିଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଲିଖିତ ଜଣାଇ ସହ ତାଲା ପକାଇବା ପାଇ ଚେତାବାନି ମଧ୍ୟ ଦେଇଥିଲେ । ପରେ ମଧ୍ୟ କିଛି ପଦକ୍ଷେପ ନନେବାରୁ ସାହି ବାସିନ୍ଦା ଆଜି ତାଲା ପକାଇଥିଲେ । ଏବିଓ ସବେଶ୍ୱର ପଟ୍ଟନାୟକ ଆସି ବୁଝା ସୁଝା କରିଥିଲେ ମଧ୍ୟ ସାହି ବାସିନ୍ଦା ନିଜ ଜିଦରେ ଅଟଳ ରହିଥିଲେ । ପରେ ଏକ ଶିକ୍ଷୟତ୍ରି ମିନାକ୍ଷୀ ମିଶ୍ରକୁ ଶିକ୍ଷା ବିଭାଗ ତରଫରୁ ଡେପୁଟେସନ କରିବାରୁ ପରେ ସିଆରସିସିଙ୍କୁ ତାଲା ଖେଲିଥିଲେ । ଘେରାଉରେ କାଉନସିଲର ଶଶି ରେଖା ପରଜା, ସିଦ୍ଧାର୍ଥ ପାତ୍ର, ଆଦିତ୍ୟ ରଞ୍ଜନ ମିଶ୍ର, ରାମ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ଘେରାଉ କରିଥିଲେ ।

Related Articles

Leave a Reply

Your email address will not be published.

Back to top button