Koraput

ଦାନ ଜମି ଜବରଦଖଲ ଅଭିଯୋଗ, ଉପ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଜୟପୁର : ଦାନ ଜମି ଜବରଦଖଲ ହୋଇଥିବା ଅଭିଯୋଗ କରି ଗ୍ରାମବାସୀ ଜୟପୁର ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଜୟପୁର ପ୍ରସାଦରାଓ ପେଟାର ମୁଗୁଡା ସୁରିୟାନାରାୟଣା ତାଙ୍କର ଜଗନ୍ନାଥପୁର ମୌଜାରେ ଥିବା ୨.୩୦ ଏକର ଜମିକୁ ଗରିବ ଲୋକଙ୍କୁ ବଣ୍ଟନ କରିଥିଲେ । କେତେକ ଜମିକୁ ଆସାମାଜିକ ଲୋକ ମାନେ ଜବରଦଖଲ କରି ରଖିଛନ୍ତି । ଯଦ୍ୱାରା କି ଯେଉଁ ଲୋକଙ୍କୁ ଦାନ କରାଯାଇଛି ଉକ୍ତ ଲୋକ ମାନେ ନିଜ ନିଜ କୁଡ଼ିଆ କିମ୍ବା ଗୃହ ଖଣ୍ଡିଏ ନିର୍ମାଣ କରିବାକୁ ଚାହିବା ସମୟରେ ଉକ୍ତ ଅସାମାଜିକ ବ୍ୟକ୍ତି ମାନେ ଧମକ ଚମକ ଦେଉଥିବା ଉଲ୍ଲେଖ କରାଯାଇଛି । ତେଣୁ ପ୍ରଶାସନ ହସ୍ତକ୍ଷେପ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ସମାଜସେବି ବି. ହରି ରାଓଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।

Related Articles

Leave a Reply

Your email address will not be published.

Back to top button