Balangir

୧୧ କେଭି ବିଦ୍ୟୁତ୍ ଖୁଣ୍ଟି ଲୋୟର ଶୁକତେଲ ପ୍ରକଳ୍ପ ପାଣିରେ ବୁଡି ଅଞ୍ଚଳର ୧୦ ରୁ ଅଧିକ ଗ୍ରାମକୁ ବିଦ୍ୟୁତ୍ ଯୋଗାଣ ବନ୍ଦ

ବଲାଙ୍ଗିର : ଲୋୟର ସୁକତେଲ ଜଳ ପ୍ରକଳ୍ପକୁ ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଉଥିବାବେଳେ ଏବେ ଏହା ଉପର ମୁଣ୍ଡରେ ଥିବା ରେଙ୍ଗାଲି, ରତାଖଣ୍ଡି ଗ୍ରାମପଞ୍ଚାୟତର ଦଶରୁ ଅଧିକ ଗାଁ ପାଇଁ ଅଭିଶାପ ପାଲଟି ଯାଇଛି । ଉକ୍ତ ଗ୍ରାମ ପଞ୍ଚାୟତର ଗ୍ରାମ ଗୁଡିକୁ ଚୁଡାପାଲି ସେକ୍ସନରୁ ବିଦ୍ୟୁତ ଯୋଗାଣ ହେଉଛି । ବୁଡ଼ିଅଞ୍ଚଳ ଦେଇ ଏ ବିଦ୍ୟୁତ୍ ସେବା ଉକ୍ତ ଅଞ୍ଚଳକୁ ଯାଉଥିବା ହେତୁ ସୁକତେଲ ଜଳ ଭଣ୍ଡାରରେ ଜଳସ୍ତର ବଢି ଯିବାରୁ ବିଦ୍ୟୁତ ଖୁଣ୍ଟ ଗୁଡିକ ତାର ସହିତ ବୁଡି ଯାଇଛି । ଯଦ୍ଵାରା ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଛି । ପ୍ରଶାସନର ଦୂର ଦୃଷ୍ଟି ଅଭାବରୁ ଏହି ଅଞ୍ଚଳ ବାସୀ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବିଦ୍ୟୁତ ସେବାରୁ ବଞ୍ଚିତ ହେଲେ । କିନ୍ତୁ, ଏପରି ସମ୍ଭାବନାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବାସିନ୍ଦା ବିଗତ ଦିନରେ ଲୋଇସିଂହାଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅନୁରୋଧ କରି ବିକଳ୍ପ ବ୍ୟବସ୍ଥା କରିବାକୁ ଗୁହାରି କରିଥିଲେ । ପ୍ରଶାସନ ସ୍ଥାନୀୟ ବାସିନ୍ଦାଙ୍କର ଅନୁରୋଧକୁ କର୍ଣ୍ଣପାତ ନ କରି ବସି ରହିଲା । ଆଗକୁ ୫-ଟି ସଚିବ ପାଣ୍ଡିଆନଙ୍କର ବଲାଙ୍ଗିର ଗସ୍ତ ସମୟରେ ହଜାର ହଜାର ପୁରୁଷ ମହିଳା ପିଲା ଛୁଆ ଧରି ବଲାଙ୍ଗିରରେ ଆନ୍ଦୋଳନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button