ଜଗତ୍ସିଂହପୁର

ଯୁଦ୍ଧକାଳୀନ ଭିତିରେ ଚାଲିଛି ତେରମାଣପୁର ଘାଇ ମରାମତି କାର୍ଯ୍ୟ

ଜଗତସିଂହପୁର : ଜଗତସିଂହପୁର ଜିଲା କୁଜଙ୍ଗ ନିକଟସ୍ଥ ତେରମାଣପୁରରେ ସୃଷ୍ଟି ହୋଇଥିବା ଘାଇର ମରାମତି କାର୍ଯ୍ୟ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ଚାଲିଛି । ତେବେ ହୀରାକୁଦ ପାଣି ଛାଡିଥିବାରୁ ଏହି ମରାମତି କାର୍ଯ୍ୟ ବିଳମ୍ବ ହେବା ଆଶା କରାଯାଉଛି । ଅନ୍ୟପକ୍ଷରେ ଯଦି ସଠିକ୍ ଭାବେ ଏହି ଘାଇର ମରାମତି କରାନଯାଏ ପରବର୍ତି ସମୟରେ ନଦୀ ବନ୍ଧର ଏହି ଦୁର୍ବଳ ସ୍ଥାନରେ ପୁଣି ଥରେ ଘାଇ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି ।

ପ୍ରକାଶ ଥାଉକି, ଗତ ୪ ତାରିଖରେ ତେରମାଣପୁରରେ ଏକ ୨୦ ଫୁଟ୍ ର ଘାଇ ସୃଷ୍ଟି ହୋଇଥିଲା । ମହାନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଏହି ଘାଇ ଯୋଗୁଁ ପାଣି ମାଡିଯିବାରୁ ଅଂଚଳରେ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିଲା ।

Related Articles

Leave a Reply

Your email address will not be published.

Back to top button