ଜାତୀୟରାଜନୀତି

ମୋଦୀଙ୍କ ବିବାଦୀୟ ପୋଷ୍ଟରକୁ ନେଇ ବିବାଦ

ANTI MODI POSTERS VS POLITICS

() ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବାଦୀୟ ପୋଷ୍ଟରକୁ ନେଇ ବିବାଦ। ଦିଲ୍ଲୀ ପୋଲିସ ଅନେକ ପୋଷ୍ଟର ଜବତ କରିବା ସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ବିବାଦୀୟ ପୋଷ୍ଟର ଲଗାଇବା ପାଇଁ ବିଭିନ୍ନ ପୋଲିସ ଷ୍ଟେସନରେ ମାନହାନି ଆଇନ ଅନୁଯାୟୀ ପ୍ରାୟ ୧୦୦ରୁ ଅଧିକ ଏଫଆଇଆର ପଞ୍ଜୀକୃତ ହୋଇଥିବା ସହ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଯାହାକୁ ନେଇ ଭାଜପା ଉପରେ ଖପ୍ପା ହୋଇଛି ଆମ୍ ଆଦମୀ ପାର୍ଟି। ମୋଦିଙ୍କ ଏକଛତ୍ରବାଦୀ ଶାସକ ବୋଲି ବର୍ଣ୍ଣନା କରିଛି ଆପ୍।

ମୋଦି ବିରୋଧି ପୋଷ୍ଟରକୁ ନେଇ ହଙ୍ଗାମା ରାଜଧାନୀ ଦିଲ୍ଲୀରେ ମାଳ ମାଳ ମୋଦି ବିରୋଧୀ ପୋଷ୍ଟର ମୋଦି ହଟାଓ, ଦେଶ ବଚାଓ ଉଲ୍ଲେଖ ନାରାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆକ୍ସନମୁଡ୍‌କୁ ଆସିଛି ଦିଲ୍ଲୀ ପୁଲିସ। ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ମୋଦି ବିରୋଧୀ ପୋଷ୍ଟରକୁ ନେଇ ପୋଲିସ ୧୦୦ରୁ ଅଧିକ ମାମଲା ରୁଜୁ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସିପି ଦୀପେନ୍ଦ୍ର ପାଠକ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟର ଲଗାଯାଇଛି ଯେଉଁଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି। ପ୍ରିଣ୍ଟିଂ ପ୍ରେସ ଆକ୍ଟ ଏବଂ ପ୍ରପଟି ଆକ୍ଟ ଅନୁଯାୟୀ ଏଫଆଇଆର୍ ପଞ୍ଜୀକୃତ ହୋଇଛି ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଅପବିତ୍ର କରିବା ସହ ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।

ପୋଷ୍ଟରର ଲିଙ୍କ ଆମ ଆଦମୀ ପାର୍ଟି ସହ ଜଡ଼ିତ ରହିଛି। ଆମ ଆଦମୀ ପାର୍ଟିର କାର୍ଯ୍ୟାଳୟରୁ ବାହାରିବା ମାତ୍ରେ ଭ୍ୟାନ୍‌କୁ ପୋଲିସ ରୋକିଥିଲା, ଯେଉଁଥିରେ ବହୁ ପୋଷ୍ଟର ଜବତ କରାଯାଇଛି ଓ ଘଟଣାସ୍ଥଳରେ କିଛି ଲୋକଙ୍କୁ ଗିରଫ କରାଯାଇଛି। ଗତ କିଛି ଦିନ ତଳେ ପୁରା ଦିଲ୍ଲୀ ସହରରୁ ପ୍ରାୟ ୨୦୦୦ରୁ ଅଧିକ ପୋଷ୍ଟରକୁ ହଟାଇ ଦିଆଯାଇଛି ଦିଲ୍ଲୀରେ ୫୦ ହଜାରରୁ ଅଧିକ ପୋଷ୍ଟର ଲଗାଇବାକୁ ଯୋଜନା ଥିବା କହିଛି ପୋଲିସ। ଦୁଇଟି ପ୍ରିଣ୍ଟିଂ ପ୍ରେସରୁ ୫୦ ହଜାର ପୋଷ୍ଟର ତିଆରି କରିବାର ଅର୍ଡର ଦିଆଯାଇଥିଲା ଓ କମ୍ପାନୀର କର୍ମଚାରୀ ରବିବାର ବିଳମ୍ୱି ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ପୋଷ୍ଟରକୁ ଅଲଗା ଅଲଗା ସ୍ଥାନରେ ଲଗାଇଥିଲେ। ନିଜର ପ୍ରିଣ୍ଟିଂ ପ୍ରେସର ନାଁ ପୋଷ୍ଟରରେ ପ୍ରକାଶିତ ନ କରାଯିବା ଅଭିଯୋଗରେ ମାଲିକଙ୍କୁ ଗିରଫ କରାଯାଇଛି। ଗିରଫ ଜଣଙ୍କ ମଧ୍ୟରୁ ଜଣଙ୍କର ନିଜସ୍ୱ ପ୍ରିଣ୍ଟିଂ ପ୍ରେସ୍ ରହିଥିବା କହିଛନ୍ତି ସ୍ପେଶାଲ ସିପି

ସେପଟେ ଏହି ପ୍ରସଙ୍ଗକୁ ନେଇ ଆପ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇଛି। ପୁଲିସର ଏତଲାକୁ ନେଇ ଆପ୍ ପ୍ରଶ୍ନ କରିଥିବା ବେଳେ ପୋଷ୍ଟରରେ ଏଭଳି ଆପତ୍ତିଜନକ କଥା ରହିଛି ଯାହାକୁ ନେଇ ମୋଦି ୧୦୦ଟି ଏଫଆଇଆର୍ ରୁଜୁ କରିଛନ୍ତି? ବୋଲି ପ୍ରଶ୍ନ କରିଛି ଆପ୍ ମୋଦି ସରକାରଙ୍କ ଏକଛତ୍ରବାଦୀ ନୀତି ସର୍ବୋଚ୍ଚସ୍ତରରେ ପହଞ୍ଚିଛି ବୋଲି ଆପ୍ ଅଭିଯୋଗ କରିଛି। ପ୍ରଧାନମନ୍ତ୍ରୀ ମୋଦି ବୋଧହୁଏ ଜାଣିନାହାନ୍ତି ଭାରତ ଏକ ଗଣତାନ୍ତ୍ରିକ ଦେଶ। ସ୍ଲୋଗାନ ଦେବା ଦଳମାନଙ୍କର ଅଧିକାର। ପୋଲିସ ଏପରି ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ। ତେବେ ଗୋଟିଏ ପୋଷ୍ଟରକୁ ବିଜେପିର ଏତେ ଭୟ କାହିଁକି? ଯଦି ଆମ ଆଦମୀ ପାର୍ଟି ଦେଶ ବଚାଓ ମୋଦି ହଟାଓ ନାରା ଦେଉଛି ତାହେଲେ ଏଥିରେ ବିଜେପିର ଅସୁବିଧା କେଉଁଠି? ଦେଶର ପ୍ରଧାନମନ୍ତ୍ରୀ ଲୋକମାନଙ୍କର ଆକାଂକ୍ଷା ପୂରଣ କରିବାରେ ବିଫଳ ହେଉଛନ୍ତି। ତାହେଲେ ଏହାର କେବଳ ଗୋଟିଏ ସମାଧାନ ହେଉଛି ମୋଦି ହଟାଓ ଦେଶ ବଚାଓ। ଅନ୍ୟପଟେ ଭାଜପା କହିଛି, ଆପ୍ କରୁଛି ତୁଚ୍ଛା ରାଜନୀତି। ଆପ ନିୟମର ପାଳନ ନକରି ପୋଷ୍ଟର ଲଗାଇଛି। ଯାହାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। 

ତେବେ କିଏ ଏହି ପୋଷ୍ଟର ଲଗାଇଲା ତାକୁ ନେଇ ବଡ ପ୍ରଶ୍ନ ଉଠିଥିବା ବେଳେ ସନ୍ଦେହ ଘେରକୁ ଆସିଛି ଆମ୍ ଆଦମୀ ପାର୍ଟି। ଯାହାକୁ ନେଇ ବିଜେପି ଓ ଆପ୍ ମଧ୍ୟରେ ଆରମ୍ଭ ହୋଇଛି ବାକ୍ ବିତଣ୍ଡା।

ପ୍ରେମଲତା ବାରିକଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button