ପୁରୀ

ପୁରୀ ଚକ୍ରତୀର୍ଥ ଅଞ୍ଚଳରେ ରାସ୍ତା ଦବିବା ଘଟଣା : ପୂର୍ତ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ

ପୁରୀ : ପୁରୀ ଚକ୍ରତୀର୍ଥ ରୋଡ଼ର ବେଡି ହନୁମାନ ମନ୍ଦିର ନିକଟରେ ରାସ୍ତା ପ୍ରାୟ ୧୦ ଫୁଟ୍ ଲମ୍ବର ଫାଟି ପ୍ରାୟ ୪ ଫୁଟ୍ ତଳକୁ ଦବି ଯାଇଥିଲା । ଗତକାଲି ସକାଳେ ଏହି ଘଟଣା ଘଟିଥିଲା । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ । ଏଠାରେ ପୂର୍ବରୁ ମରାମତି ସତ୍ୱେ ପୁଣି ଥରେ ରାସ୍ତା ଦବି ଥିବାରୁ ନିମ୍ନମାନର କାମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଅନ୍ୟପକ୍ଷରେ ଖୁବ୍ ଶୀଘ୍ର ଏହାକୁ ଠିକ୍ କରାଯିବ ବୋଲି ପୂର୍ତ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଆଜି ସକାଳ ଠାରୁ ଏହି ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି ।

Related Articles

Leave a Reply

Your email address will not be published.

Back to top button