ଅପରାଧ

ପାଇପ ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଅଦାଲତ ଚାଲାଣ

କୋରେଇ : ପାଇପ ଚୋରି ମାମଲାରେ ପାଣିକୋଇଲି ପୁଲିସ ଆଜି ଦୁଇଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି । ପ୍ରକାଶଯେ ଗତ କାଲି ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ପାଣିକୋଇଲି ଥାନା ଅଧିନସ୍ଥ ନମଟିକିରି ଗ୍ରାମରେ ଚାଲିଥିବା କାର୍ଯ୍ୟ ନିକଟରେ ଗଚ୍ଛିତ ଥିବା ପାଇପରୁ ଚୋରି ହେବା ନେଇ ଗ୍ରାମବାସୀ ମାନେ ଏକ ଟ୍ରକ ( ସିଜି ୦୪ଏନଏନ୪୧୩୯) କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ । ଦୁଲିସ ପାଇପ ବୋଝେଇ ଗାଡି ସହ ୨ଜଣଙ୍କୁ ଧରି ଆଣି ଥାନାରେ ଅଟକ ରଖି ତଦନ୍ତ କରୁଥିଲା । ତଦନ୍ତରୁ ଏହା ଏହା ଚୋରା ଚାଲାଣ ପାଇ ଉଦ୍ଧିଷ୍ଟ ବୋଲି ଜଣାପଡିଥିଲା । ଏନେଇ ଏକ ମାମଲା ୧୩୩/୨୩ ରୁଜ୍ଜୁ କରାଯାଇଥିଲା । ଆଜି ଏହି ଗାଡି ଯାଜପୁର ସଦର ଥାନା ଅନ୍ତର୍ଗତ ଏରବାଙ୍କ ଇନ୍ଦାରୋଇ ଗ୍ରାମର ଯୁଧିଷ୍ଟିର ଜେନାଙ୍କ ପୁଅ କରୁଣାକର ଜେନା(୪୭) ଓ ଛତିଶଗଡ ରାଜ୍ୟ ବେମତୁର ଜିଲ୍ଲା ନନ୍ଦିଘାଟ ଥାନା ଅନ୍ତର୍ଗତ କୁରା ଗ୍ରାମର ଗୋକୁଳ ସାହୁଙ୍କ ପୁଅ ରମେଶ କୁମାର ( ୪୮)କୁ ଗିରଫ କରାଯାଇ ଦଫା ୩୭୯, ୩୪ ଆଇପିସିରେ ଅଦାଲତ ଚାଲାଣ କରାଯାଇଛି । ପାିପ ବୋଝେଇ ଟ୍ରକଟିକୁ ପୁଲିସ ଜବତ କରିଛି ।

Related Articles

Leave a Reply

Your email address will not be published.

Back to top button