ଅବିଭାଗିକୃତ

ବ୍ରହ୍ମଗିରି : ବ୍ରିଜ ଦାବୀ ନେଇ ରାସ୍ତାରୋକ

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ତିନିକୁଦି ବାଲିକେରା ଠାରେ ଭାର୍ଗବୀ ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ ଦାବିରେ ତିନୋଟି ଗ୍ରାମ ପଞ୍ଚାୟତ ର ଶତାଧିକ ଲୋକ ଓ ଛାତ୍ର ଛାତ୍ରୀ ମାନେ ପୁରୀ ସାତପଡ଼ା ଜାତୀୟ ରାଜପଥ ର ରେଣ୍ଢା ଛକ ଠାରେ ରାଜପଥ କୁ ଅବରୋଧ କରିଛନ୍ତି । ଫଳରେ ଗାଡ଼ି ମୋଟର ଉଭୟ ପଟେ ଅଟକି ରହିଛି । ଝିପ୍ ଝିପ୍ ବର୍ଷା ସତ୍ୱେ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ବସି ରହିଛନ୍ତି । ଘଟଣା ସ୍ଥଳରେ ସଦର ଏସ ଡି ପିଓ ପହଞ୍ଚି ଆନ୍ଦୋଳନ କାରି ଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ୨୦୧୪ ମସିହା ରୁ ଏହି ସ୍ଥାନରେ ଏକ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୁଇଟି ଖୁଣ୍ଟ ରେ ଦଶ ବର୍ଷ ଧରି ଅଟକି ରହିଛି । ଗତ କିଛି ଦିନ ତଳେ ଏଠାରେ ଥିବା କାଠ ସେତୁ ଟି ଛାତ୍ର ଛାତ୍ରୀ ମାନେ ସ୍କୁଲ ଯାଉଥିବା ସମୟରେ ଭାଙ୍ଗି ଯିବାରୁ ଅଳ୍ପକେ ୨୦ ଜଣ ଛାତ୍ର ଛାତ୍ରୀ ରକ୍ଷା ପାଇ ଯାଇଥିଲେ । ରାଜ୍ୟ ସରକାର, ଜିଲ୍ଲାପ୍ରଶାସନ, ପି. ଡବ୍ଲୁ. ଡି, ବିଭାଗ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Related Articles

Leave a Reply

Your email address will not be published.

Back to top button