ଅବିଭାଗିକୃତ

ମହାପ୍ରଭୁଙ୍କ ବନକଲାଗି ନୀତି ନହୋଇ ପାରିବା ନେଇ କଂଗ୍ରେସର କ୍ଷୋଭ

ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ସରିବା ଆନୁମାନିକ ୨୮ଦିନ ହୋଇଯିବ । ଠାକୁରମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିବାପରେ ମୁଖଶୃଙ୍ଗାର ପାଇଁ ବନକଲାଗି ଗୁପ୍ତସେବା ହୋଇଥାଏ । ଏହି ସେବାପାଇଁ ଭକ୍ତଙ୍କ ଦର୍ଶନ ପାଇଁ, ମନ୍ଦିର ଅନ୍ୟୁନ ୩-୪ ଘଣ୍ଟା ବନ୍ଦ ରହିଥାଏ । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଦତ ମହାପାତ୍ର ସେବାୟତ ମାନେ ତାଙ୍କ କାର୍ଯ୍ୟକୁ ଠିକଣା ଭାବେ, ଶ୍ରୀମନ୍ଦିର ପ୍ରଶାସନ କରିବାକୁ ଦେଉନାହାନ୍ତି ବୋଲି ଆଣିଥିବା ଅଭିଯୋଗ ଅତ୍ୟନ୍ତ ସମ୍ବେଦନଶୀଳ ।

ଶୁକ୍ରବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନ ଠାରେ ପିସିସି ମୁଖପାତ୍ର ଡଃ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏକ ସାମ୍ବାଦିକ ସମ୍ମିଳନୀରେ କିହଲେ ଯେ ଦୀର୍ଘ ୨୮ ଦିନ ହେବ ମହାପ୍ରଭୁ ମାନଙ୍କ ସୁନ୍ଦର ଶ୍ରୀମୁଖ ଭକ୍ତମାନେ ଦେଖିବାକୁ ପାଉନାହାନ୍ତି । ପ୍ରଶାସନ ଓ ସେବାୟତଙ୍କ ବ୍ୟକ୍ତିଗତ ଅହଂ ପାଇଁ ଆଜି ଏଭଳି ଅବସ୍ଥା ଉପୁଜୁଛି । କଂଗ୍ରେସ ଦଳ ଏହାକୁ ଦୃଢ଼ ଭାବେ ନିନ୍ଦା କରୁଛି । ଶ୍ରୀ ଜଗନ୍ନାଥ ଭକ୍ତଙ୍କ ଭାବାବେଗ ସହ ଆଉ ନଖେଳିବାକୁ ପ୍ରଶାସନକୁ କଂଗ୍ରେସ ଦଳ ସତର୍କ କରାଇ ଦେଇଛି । ମୁଖ୍ୟ ପ୍ରଶାସକ ଜଣେ ଅତ୍ୟନ୍ତ ଦକ୍ଷ ବ୍ୟକ୍ତି, ସେ ଏ କାର୍ଯ୍ୟକୁ ପ୍ରଭୁଙ୍କର ଏକାନ୍ତ କାର୍ଯ୍ୟ ଭାବେ ଭାବି, ତୁରନ୍ତ ଏହାର ସମାଧାନ କରନ୍ତୁ ।

ଡ. ଜ୍ଞାନେନ୍ଦ୍ର ଜିଲ୍ଲା ପ୍ରଶାସନ ତୁରନ୍ତ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ପାଇଁ ଓ ଭିତର ରତ୍ନ ଭଣ୍ଡାର ଖୋଲି ତୁରନ୍ତ ରତ୍ନର ଗଣତି କରିବା ପାଇଁ ପୁନଃ ଦାବି କରିଛନ୍ତି । ଜିଲ୍ଲାପାଳଙ୍କ ପରିକ୍ରମା ମାର୍ଗ ବାହାନାରେ ଦକ୍ଷିଣ ଉତ୍ତର ଦ୍ୱାର ବନ୍ଦକୁ କୌଣସି ପ୍ରକାର ଗ୍ରହଣ କରାଯାଇ ପାରିବ ନାହିଁ । ସରକାର ଓ ପ୍ରଶାସନ ଶ୍ରୀଜଗନ୍ନାଥ ଭକ୍ତଙ୍କ ଭାବବେଗ ପ୍ରତି ସଚେତନ ରହିବାକୁ କଂଗ୍ରେସ ଦଳ ଚେତାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ଶ୍ରୀମତୀ ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button