ଜାତୀୟ

ଦେଶରେ ଲୋକତନ୍ତ୍ର ବିପଦରେ

() ରାହୁଲଙ୍କ ବ୍ରିଟେନ ଗସ୍ତକୁ ନେଇ ଦେଶ ରାଜନୀତି ସରଗରମ। ଦେଶରେ ବିରୋଧୀଙ୍କ ସ୍ବର ଚପାଇ ଦିଆଯାଉଛି। ଦେଶରେ ଲୋକତନ୍ତ୍ର ବିପଦରେ। ଏମିତି ଅନେକ ଅଭିଯୋଗ ଆଣିଛନ୍ତି ରାହୁଲ। ସେପେଟ ରାହୁଲଙ୍କ କଥାରେ କୌଣସି ସତ୍ୟତା ନ ଥିବା କହି ବିଜେପି ପାଲଟା ରାହୁଲ ଦେଶ ସହ ବିଶ୍ବାସଘାତକତା କରୁଥିବା ବିଜେପି କହିଛି। ଖାଲି ଏତିକି ନୁହେଁ ରାହୁଲ ବିଦେଶୀ ମାଟିରୁ ଦେଶକୁ ଲଜ୍ଜିତ କରିଥିବା ଅଭିଯୋଗ ଆଣିଛି ବିଜେପି।

ବିଦେଶୀ ମାଟିରେ ଭାରତକୁ ଲଜ୍ଜିତ କରାଯାଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶର ଜନତା, ଲୋକତନ୍ତ୍ର, ନ୍ୟାୟବ୍ୟବସ୍ଥା, ରାଜନୀତିକ ବ୍ୟବସ୍ଥା, ସାମରିକ ବ୍ୟବସ୍ଥାକୁ ଲଜ୍ଜିତ କରିଛନ୍ତି ବୋଲି କହିଛନ୍ତି ବିଜେପି ପ୍ରବକ୍ତା ରବିଶଙ୍କର ପ୍ରସାଦ। ଏହାକୁ ଭର୍ତ୍ସନା କରିଛନ୍ତି  ପ୍ରସାଦ ।  ଆମେରିକା, ୟୁରୋପକୁ ଦେଶର ଗଣତନ୍ତ୍ର ରକ୍ଷା କ୍ଷେତ୍ରରେ ହସ୍ତକ୍ଷେପ କରିବାକୁ କରିଥିବା ଅପିଲ କରିବାକୁ ଏକ ବଡ ଦାୟିତ୍ବହୀନତାର କଥା କିଛି ହୋଇ ନ ପାରେ କହିଛନ୍ତି ପ୍ରସାଦ। ଏଥିସହ କୌଣସି ଦଳର ସରକାର ଥାଉ ନା କାହିଁ  ଭାରତ ସର୍ବଦା ତାର ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶୀ ଶକ୍ତିଙ୍କ ହସ୍ତକ୍ଷେପକୁ ବିରୋଧ କରିଆସିଛି ଓ ଏହି କ୍ଷେତ୍ରରେ ବିଜେପିର ଆଭିମୁଖ୍ୟ ଆହୁରି କଡା। ରାହୁଲଙ୍କ ଏପରି କାର୍ଯ୍ୟର ଯଥାର୍ଥତା ଉପରେ ପ୍ରଶ୍ନ କରିଛନ୍ତି  କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଓ ସୋନିଆ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି।

ସେହିପରି ଆରଏସଏସକୁ ରାହୁଲ ଆତଙ୍କବାଦ ସହ ତୁଳନା କରିବାକୁ ନେଇ ରାହୁଲଙ୍କ ଉପରେ ବର୍ଷିଛନ୍ତି ରବିଶଙ୍କର। ସେହ କହିଛନ୍ତି, ବର୍ତ୍ତମାନ ସେ ଅରାଜକତ ତତ୍ତ୍ବ, ମାଓବାଦର କବ୍‌ଜାରେ ଅଛନ୍ତି। ଏହି ସଂଗଠନ ୧୯୨୫ରୁ ଦେଶର ସେବା କରିଆସୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ମଧ୍ୟ ଆରଏସଏସକୁ ପସନ୍ଦ କରୁ ନ ଥିଲେ। କିନ୍ତୁ ସଂଘର ଦେଶଭକ୍ତି କାରଣରୁ ଗଣତନ୍ତ୍ର ଦିବସର ପାରେଡରେ ତାଙ୍କୁ ସାମିଲ କରିବାକୁ ବାଧ୍ୟ କରିଥିଲା। ରାହୁଲଙ୍କୁ ବିଦେଶ ମାଟିରେ ଚୀନ ପ୍ରତି କାହିଁକି ପ୍ରେମ ହୋଇଯାଏ? ସେ ଚୀନକୁ ସଦଭାବନାର ସାର୍ଟିଫିକେଟ ଦେଇ ଆମକୁ ପ୍ରଶ୍ନ କରୁଛନ୍ତି। ଏଥିସହ ସେ ନେହରୁଙ୍କ ଶାସନ କାଳରେ ସେନାର ସ୍ଥିତି ବର୍ଣ୍ଣନା କରିଛନ୍ତି। କିପରି ଚୀନଠାରୁ ଭାରତୀୟ ସେନା ମାଡ ଖାଇଥିଲେ ଓ କପଡା ଯୋତା ପିନ୍ଧି ଲଢୁଥିଲେ। ଆପଣଙ୍କ ରକ୍ଷା ମନ୍ତ୍ରୀ ଏଣ୍ଟନି କହିଥିଲେ କି, ଆମେ ସୀମାରେ ଇନଫ୍ରାଷ୍ଟର ମଜବୁତ କରି ଚୀନକୁ ବିରକ୍ତ କରିବାକୁ ଚାହୁଁନୁ। ଆଜି ଦେଖନ୍ତୁ, ସେନାର ଗତି ସୁଲଭ ହୋଇଛି। ସାମରିକ ସୁରକ୍ଷା ସମ୍ପର୍କରେ ରାହୁଲ କେତେ ବୁଝିଛନ୍ତି ଏହା ଉପରେ ବିତର୍କ କରିବାକୁ ହେବ ବୋଲି କହିଛନ୍ତି ରବିଶଙ୍କର। ଏଥିସହ କଂଗ୍ରେସର ଜଣେ ନିର୍ବାଚିତ ଅଧ୍ୟକ୍ଷ ଅନୁଭବ କରୁଥିଲେ ରାହୁଲଙ୍କ ଏପରି ଲଜ୍ଜାଜନକ ବୟାନକୁ ସେ ସମର୍ଥନ କରୁଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରସାଦ।

ବିଜେପି ପକ୍ଷରୁ ରାହୁଲଙ୍କ ପ୍ରତି ବୟାନ ଉପରେ ଗଣି ଗଣି ଦିଆଯାଉଛି ଜବାବ। ଅବଶ୍ୟ ବିଦେଶ ମାଟିରେ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉଠାଇବା ରାହୁଲଙ୍କ ଭୁଲ ବୋଲି କୁହାଯାଇପାରେ। ହେଲେ ଦେଶରେ ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ପ୍ରୟାସ କରାଯାଉଥିବା ପ୍ରସଙ୍ଗକୁ କଣ ଏଡାଇ ଦିଆଯାଇ ପାରେ? ଦେଶରେ ବିରୋଧୀଙ୍କ ଉପରେ ଲଗାଯାଉଥିବା ପ୍ରତିବନ୍ଧକ ପ୍ରସଙ୍ଗରେ ଅନୋନ୍ୟପାୟ ହୋଇ ମୋଦିଙ୍କୁ ଚିଠି କରି ନ ଥାନ୍ତେ। କି ସୁପ୍ରିମକୋର୍ଟଙ୍କ ହୋଇ ନ ଥାନ୍ତେ ଦ୍ବାରସ୍ଥ। ଗତ ୫ ତାରିଖରେ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ୮ ବିରୋଧୀ ଦଳର ୯ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି କରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗର ଅଭିଯୋଗ ଆଣିଥିଲେ । ପତ୍ରରେ ହସ୍ତାକ୍ଷର କରିଥିବା ନେତାଙ୍କ ମଧ୍ୟରେ ଥିଲେ ବିଆରଏସ ଦଳ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ, ଜେକେଏନସି ମୁଖ୍ୟ ଫାରୁକ୍‌ ଅବଦୁଲ୍ଲା, ଟିଏମସି ମୁଖ୍ୟ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ଅଧ୍ୟକ୍ଷ ତେଜସ୍ୱୀ ଯାଦବ ଓ ସମାଜବାଦୀ ପାର୍ଟିର ପ୍ରମୁଖ ଅଖିଳେଶ ଯାଦବ ।

ଚିଠିରେ କୁହାଯାଇଥିଲା କି, ୨୦୧୪ ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଜେରା କିମ୍ୱା ଗିରଫ କରାଯାଇଥିବା ନେତା ମାନଙ୍କ ମଧ୍ୟରୁ ଅଧିକାଂଶ ବିରୋଧି ଦଳର । ବିଜେପିରେ ଯୋଗ ଦେଇଥିବା ବିରୋଧି ଦଳ ନେତାମାନଙ୍କ ବିରୋଧରେ ଥିବା ମାମଲାଗୁଡିକର ତଦନ୍ତ ମନ୍ଥର ହୋଇଛି। ଏହାକୁ ବଳିଷ୍ଠ କରିବାକୁ ଚିଠିରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମାଙ୍କ ନାମ ଉଲ୍ଲେଖ କରାଯାଇଥିଲା।  କଂଗ୍ରେସରେ ଥିବା ସମୟରେ ହିମନ୍ତ ବିଶ୍ୱଶର୍ମା ୨୦୧୪ ଓ ୨୦୧୫ରେ ଶାରଦା ଚିଟଫଣ୍ଡ ଦୁର୍ନୀତିକୁ ନେଇ ସିବିଆଇ ଓ ଇଡିର ଟାର୍ଗେଟରେ ରହିଆସୁଥିଲେ । ହେଲେ ସେ ବିଜେପିରେ ସାମିଲ ହେବା ପରେ ଏହି ଦୁର୍ନୀତି ମାମଲାରେ ବ୍ରେକ ଲାଗିଯାଇଛି । ସେହିଭଳି ଟିଏମସିର ପୂର୍ବତନ ନେତା ଶୁଭେନ୍ଦୁ ଅଧିକାରୀ ଓ ମୁକୁଳ ରାୟ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ଇଡି ଓ ସିବିଆଇର ତଦନ୍ତ ଘେରକୁ ଆସିଥିବା ବେଳେ ପରବର୍ତ୍ତୀ ସମୟରେ ସେମାନେ ବିଜେପିରେ ସାମିଲ ହେବା ପରେ ସେମାନଙ୍‌କ  ବିରୋଧରେ ତଦନ୍ତ ପ୍ରକ୍ରିୟା ମନ୍ଥର ହୋଇଛି। ସେହିପରି ମଧ୍ୟପ୍ରଦେଶର ବିରୋଧୀ ଦଳ ନେତା ଗୋବିନ୍ଦ ସିଂହଙ୍କୁ ସମନ କରାଯିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ତେଣୁ ସରକାରୀ ପ୍ରତିବନ୍ଧକ ବିରୋଧୀଙ୍‌କ ଅଣନିଶ୍ବାସୀ କରି ପକାଉଥିବା ବର୍ତ୍ତମାନ ସ୍ଥିତିରୁ ସ୍ପଷ୍ଟ ବାରି ହୋଇ ଯାଉଥିବା କୁହାଯାଇପାରେ।

ଶିଳାସ୍ମିତା ରାୟ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button