କଳାରାଜନୀତିରାଜ୍ୟ

ସୋନାଲି ଫୋଗାଟଙ୍କ ଅକସ୍ମାତ ମୃତ୍ୟୁ: ଫ୍ୟାନ୍ସଙ୍କ ମଧ୍ୟରେ ଶୋକ

ନୂଆଦିଲ୍ଲୀ: ଆରପାରିରେ ଟିକଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟ। ଗୋଆରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୪୨ ବର୍ଷ ବୟସରେ ସୋନାଲି ଫୋଗାଟଙ୍କ  ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ଖବର ପାଇ ଫ୍ୟାନ୍ସମାନଙ୍କ ସହିତ ବଲିଉଡ ଇଣ୍ଡଷ୍ଟ୍ରି ଏବଂ ରାଜନନୈତିକ ଦଳରେ ଶୋକର ଛାୟା ଖେଳିଯାଇଛି। ସୋନାଲି ଫୋଗଟେ ଜଣେ ନେତ୍ରୀ ହେବା ସହିତ ଜଣେ ଭଲ ଅଭିନେତ୍ରୀ ମଧ୍ୟ ଥିଲେ। ସେ ବିଗବସ୍-୧୪ ରେ ନଜର ଆସିଥିଲେ। ଏହାସହ ସେ ସୋସିଆଲ ମିଡିଆରେ ସକ୍ରିୟ ଥିଲେ।  ତାଙ୍କର ସୋସିଆଲ ମିଡିଆରେ ଲକ୍ଷାଧିକ ଫଲୋୟର୍ସ ରହିଛନ୍ତି।

ବିଜେପି ନେତ୍ରୀ, ବିଗବସ୍ ଫେମ୍ ଓ ଟିକଟକ ଷ୍ଟାର ସୋନାଲି ଫୋଗାଟଙ୍କର ଗୋଆରେ ହୃଦଘାତରେ ଦେହାନ୍ତ ହୋଇଛି। ତାଙ୍କ ଭାଇ ୱାତନ ଢାକା ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି। ସୋନାଲିଙ୍କର ଏକ ଝିଅ ମଧ୍ୟ ରହିଛି। ଅନ୍ୟପଟେ ସୋନାଲି ଫୋଗାଟଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପରିବାର ଭୁଟାନରୁ ଗୋଆକୁ ଆସିଛନ୍ତି। ବମ୍ୱୋଲିମର ଡେପୁଟି ଏସପି ଜିୱାବ ଦଲଭି କହିଛନ୍ତି ଯେ, ଖବର ପାଇ ମଙ୍ଗଳବାର ସୋନାଲିଙ୍କୁ ଡାକ୍ତରଖାନା ଅଣାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ତଦନ୍ତ ଜାରି ହୋଇଛି। ଡାକ୍ତରଙ୍କ ଏକ ପ୍ୟାନେଲ୍ ଗଠନ କରିବୁ ବୋଲି ଏସପି ସୂଚନା ଦେଇଛନ୍ତି।  

ସୋନାଲି ୨୦୦୬ରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ ଆଙ୍କରିଙ୍ଗରୁ । ତେବେ ସେ ସାହାର ଦୁରଦର୍ଶନ ଆଙ୍କରିଙ୍ଗ କରିଥିଲେ। ୨ ବର୍ଷ ପରେ, ୨୦୦୮ରେ ସେ ବିଜେପିରେ ଯୋଗ ଦେଇଥିଲେ। ସେବେଠାରୁ ସେ ରାଜନୀତିରେ ସକ୍ରିୟ ରହିଥିଲେ। ୨୦୧୯ରେ ବିଜେପିରୁ ଟିକେଟ ପାଇ ଆଦମପୁରରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ। ସୋନାଲି ପଞ୍ଜାବୀ ଓ ହରିୟାନାରେ ଫିଲ୍ମ, ମ୍ୟୁଜିକ ଭିଡିଓ ମଧ୍ୟ କରିଛନ୍ତି। ସୋନାଲି ଫୋଗାଟ ରିଆଲିଟି ସୋ ବିଗବସ୍-୧୪ ରେ ଅଂଶ ଗ୍ରହଣ କରିଥିଲେ। ଏହି ଶୋ ରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କିଛି କଥା ସେୟାର କରିଥିଲେ। ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଅନେକ ଲୋକ ତାଙ୍କୁ ମାନସିକ ସ୍ତରରେ ହଇରାଣ କରିବାକୁ ଚେଷ୍ଟା କରିଥିଲେ। ସେତେବେଳେ ସେ ଏକା ପଡିଯାଇଥିଲେ। ସେହି ସମୟରେ କିପରି ସେ ମନକୁ ଦୃଢ କରି ସମାଜର ବିକୃତ ମାନସିକତାକୁ ଅଣଦେଖା କରି ଆଗକୁ ବଢିଥିଲେ ତାହା ମଧ୍ୟ ପ୍ରକାଶ କରିଥିଲେ।

ସୋନାଲି ଫୋଗାଟ ଅନେକ ସମୟରେ ବିବାଦ ଘେରରେ ରହିଥିଲେ। କୃଷକ ଆନ୍ଦୋଳନ ସମୟରେ ସୋନାଲି ତାଙ୍କ ବୟାନକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏହାପରେ ସେ ଗତ ବର୍ଷ ଜଣେ ଅଧିକାରୀଙ୍କୁ ଚପଲରେ ମାଡ ମାରିବାର ଭିଡିଓ ଭାଇରାଲ ହେବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ଏହା ସହିତ ଏକ ଗାଁରେ ସମ୍ୱୋଧନ ଦେବା ସମୟରେ ବିବାଦୀୟ ମନ୍ତବ୍ୟ ଯୋଗୁଁ ସେ ଚର୍ଚ୍ଚାରେ ରହିଥିଲେ। ନିକଟରେ ଆଦମପୁରର ପୂର୍ବତନ ବିଧାୟକ କୁଲଦୀପ ବିଷ୍ଣୋଇ ବିଜେପିରେ ଯୋଗ ଦେବାପରେ ସେ ବହୁତ ରାଗି ଯାଇଥିଲେ।

ସୋନାଲି ଫୋଗାଟଙ୍କ ମୃତ୍ୟୁରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ସମେତ ଅନେକ ରାଜନେତା ଓ ବଲିଉଡ ଇଣ୍ଡଷ୍ଟ୍ରର ଅଭିନେତା ଓ ଅଭିନେତ୍ରୀ ଶୋକପ୍ରକାଶ କରିଛନ୍ତି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button