ଅପରାଧଜଗତ୍ସିଂହପୁର

ଲାଞ୍ଚ ନେଇ ଧରାପଡିଲେ ଗୋଡା ଆରଆଇ

ଭୁବନେଶ୍ୱର : ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଗତସିଂହପୁର ଜିଲ୍ଲା ଏରସମା ତହସିଲର ଗୋଡ଼ା ରାଜସ୍ୱ ନିରୀକ୍ଷକ (ଆରଆଇ) ନୃସିଂହ ଚରଣ ରାଉତ । ଏକ ଜମି ମ୍ୟୁଟେସନ ମାମଲାରେ ଅଭିଯୋଗକାରୀ ବ୍ୟକ୍ତିଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ଆରଆଇ ନୃସିଂହ ଚରଣ ରାଉତ ଏହି ଲାଞ୍ଚ ନେଉଥିଲେ । ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି ।

ଧରାପଡ଼ିବା ପରେ ଆୟ ବହିର୍ଭୂତ ସମ୍ପତି ଠୁଳ କରିଥିବା ମାମଲାରେ ନୃସିଂହ ଚରଣ ରାଉତଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button