ଅପରାଧ

ଚୋରି ସନ୍ଦେହରେ ୨ ନାବାଳକଙ୍କୁ ପିଆଇଲେ ମୂତ୍ର, ଗୁପ୍ତାଙ୍ଗରେ ଦଳିଲେ ଲଙ୍କା

ସିଦ୍ଧାର୍ଥନଗର : ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାରେ ଦୁଇଜଣ ନାବାଳକଙ୍କୁ ଚୋରି ସନ୍ଦେହରେ ଜବରଜସ୍ତି ପରିସ୍ରା ପିଆଇ ଯିବା, ସେମାନଙ୍କ ଗୁପ୍ତାଙ୍ଗରେ ଲଙ୍କା ଦଳିବା ଏବଂ ସେମାନଙ୍କୁ କିଛି ଅଜ୍ଞାତ ଇଞ୍ଜେକ୍ସନ ଦିଆଯାଇଥିବା କଥା ଏବେ ଉତ୍ତରପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାର ଏକ ହୃଦୟ ବିଦାରକ ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ପୀଡିତଙ୍କ ବୟସ ୧୦ ଏବଂ ୧୫ ବର୍ଷ ହେବ । ଏହି ଭିଡିଓରେ ପୀଡିତ ବାଳକମାନେ କଞ୍ଚା ଲଙ୍କା ଖାଇବା ଏବଂ ଏକ ବୋତଲରେ ପରିସ୍ରା ଭରିବା ପରେ ପିଉଥିବାର ସ୍ପଷ୍ଟ ଦେଖାଯାଇଛି । ପୁରୁଷମାନଙ୍କର ଏକ ଗୋଷ୍ଠୀ ସେମାନଙ୍କୁ ଦୁର୍ବ୍ୟବହାର କରୁଥିବାର ଏବଂ ଯଦି ସେମାନେ ଏହା ନକରନ୍ତି ତେବେ ସେମାନଙ୍କୁ ମାଡ଼ ମାରିବାକୁ ଧମକ ଦେଉଥିବାର ଶୁଣିବାକୁ ମିଳୁଛି ଏହି ଭିଡିଓରେ ।

କୁହା ଯାଉଛି ଯେ, ଗୁଣ୍ଡା ମାନେ ପୀଡିତ ବାଳକ ଦୁଇ ଜଣଙ୍କୁ ଟଙ୍କା ଚୋରି କରିଥିବା ଅଭିଯୋଗ କରି ଧରି ସେମାନଙ୍କୁ ବାନ୍ଧି ରଖିଥିଲେ । ଅନ୍ୟ ଏକ ଭିଡିଓରେ, ବାଳକ ଦୁଇ ଜଣଙ୍କୁ ତଳେ ପଡ଼ିଯାଇଥିବାର ଦେଖାଯାଉଛି, ସେମାନଙ୍କ ହାତ ପଛରେ ବନ୍ଧା ହୋଇ ତାଙ୍କ ପିନ୍ଧିଥିବା ଟ୍ରାଉଜର ତଳକୁ ଟାଣି ଜଣେ ବ୍ୟକ୍ତି ସେହି ପାଲା ଦୁଇଙ୍କ ଗୁପ୍ତାଙ୍ଗରେ କଞ୍ଚା ଲଙ୍କା ଘଷୁଥାବାର ଦେଖା ଯାଉଛି । ପରେ ଯନ୍ତ୍ରଣାରେ କାନ୍ଦୁଥିବା ପିଲାମାନଙ୍କୁ ହଳଦିଆ ରଙ୍ଗର ତରଳ ପଦାର୍ଥ ଇଞ୍ଜେକ୍ସନ ଦିଆଯାଇଥିବା ଯଣା ପଡୁଛି । ଏହି ଭିଡିଓକୁ ୪ ଅଗଷ୍ଟର ବେଲି କୁହାଯାଉଛି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା “ଦୁଇ ଶିଶୁଙ୍କ ବିରୋଧରେ ଆପତ୍ତିଜନକ କାର୍ଯ୍ୟ” ର ଭିଡିଓକୁ ସେମାନେ ତୁରନ୍ତ ଜାଣିପାରି ଆଇନର ସମ୍ପୃକ୍ତ ବିଭାଗ ଅଧୀନରେ ମାମଲା ରୁଜୁ କରିଥିବା ପୋଲିସ କହିଛି । ଜିଲ୍ଲାର ଅତିରିକ୍ତ ପୋଲିସ ଅଧୀକ୍ଷକ କହିଛନ୍ତି ଯେ, ଏହି ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button