BhadrakLatest Newsଅପରାଧ

ସ୍ତ୍ରୀ ଓ ପୁଅକୁ ତଂଟି ଚିପି ହତ୍ୟାକଲା ମଦ୍ୟପ ସ୍ୱାମୀ, ପୁଲିସ ହେପାଜତରେ ଅଭିଯୁକ୍ତ

ଭଦ୍ରକ, ୨୪ ଜୁଲାଇ : ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ତେସିଙ୍ଗା ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥର କୁଶଗଡିଆ ଛକରେ ରବିବାର ବିଳମ୍ବିତ ରାତ୍ରରେ ସ୍ତ୍ରୀ ଓ ପୁଅର ତଣ୍ଟି ଚିପି ଜୀବନ ନେଇଛି ମଦ୍ୟପ ସ୍ୱାମୀ । ବନ୍ତ ଥାନା ଅନ୍ତର୍ଗତ ନିଳୋକ ପଞ୍ଚାୟତ ଦୋଳପଦୀ ଗ୍ରାମର ହୃଷିକେଶ ନାୟକଙ୍କ ମଧ୍ୟମ ପୁତ୍ର ଉମେଶ(୪୨) ଗାଡିଚାଳକ ଭାବେ ଆଖୁଆପଦା ଅଞ୍ଚଳରେ କାର୍ଯ୍ୟ କରୁଥିଲା । ସେଠାରେ ବାବାଜୀ ସେଠୀଙ୍କ ଝିଅ କାଞ୍ଚନବାଳାଙ୍କ ସହ ପ୍ରେମ ସମ୍ପର୍କ ହୋଇଥିଲା । ବଡଭାଇ ବିବାହ କରିନଥିଲେ ବି ପରିବାରର ବିରୋଧକୁ ଏଡାଇ ଉମେଶ ପ୍ରେମ ବିବାହ କରିଥିଲା ଓ ସେଥିପାଇଁ ଘରସହ ସମ୍ପର୍କ ତୁଟାଇ ଦେଇଥିଲା । ସେବେ ଠାରୁ ଆଖୁଆପଦା ଓ ଆଖପାଖ ଅଞ୍ଚଳରେ ଭଡାଘରେ ବସବାସ କରୁଥିଲା । ଉମେଶ ଔରସରୁ ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ନେଇଥିଲା । ଗତ ୩ ବର୍ଷ ହେଲେ କୁଶଗଡିଆ ଛକରେ ଭଡାରେ ଉମେଶ ପରିବାର ସହ ରହୁଥିଲା । ହେଲେ ମଦ ଛାଡିନଥିଲା ଉମେଶ । ଅର୍ଥାଭାବ ସତ୍ତ୍ୱେ ଧାର ବାକି କରି ମଦ ପିଉଥିଲା ଓ ଘରେ ଆସି ଝଗଡା କରୁଥିଲା । ଧାର ଦେଇଥିବା ଇଟାଭାଟି ମାଲିକମାନେ ମଧ୍ୟ ପତ୍ନୀ କାଞ୍ଚନବାଳାକୁ ଧାର ଅର୍ଥ ସୁଝିବା ପାଇଁ ତାଗିଦ କରୁଥିଲେ । ପତ୍ନୀ କାଞ୍ଚନବାବଳା ଏଥିପାଇଁ ଉମେଶକୁ ବାରମ୍ବାର ଆକଟ କରୁଥିଲା । ଗତ ରବିବାର ଉମେଶ ମଦ ପିଇ ଘରକୁ ଫେରିବା ପରେ ଏଥିପାଇଁ ପତି ପତ୍ନୀ ମଧ୍ୟରେ ତୀବ୍ର ଝଗଡା ହୋଇଥିଲା । ଏହି ଝଗଡା ଓ ଅଶାନ୍ତିରୁ ମୁକୁଳିବା ପାଇଁ ମଦ୍ୟପ ଉମେଶ ଚରମ ନିଷ୍ପତ୍ତି ନେଇଥିଲା । ପତ୍ନୀ ଓ ପୁଅ ଉତ୍କଳ ଓରଫ ବାପୁନ(୭) ଗଭୀର ନିଦ୍ରାରେ ଶୋଇଥିବା ବେଳେ ଜଣ ଓ ଜଣ ତଣ୍ଟି ଚିପି ମା ଓ ପୁଅକୁ ନିର୍ମମ ଭାବେ ହତ୍ୟା କରିଥିଲା ଓ ଆତ୍ମହତ୍ୟ ରୂପ ଦେବା ପାଇଁ ଫ୍ୟାନରେ ଏକ ଶାଢୀ ବାନ୍ଧି ଝୁଲାଇ ଦେଇଥିଲା । ହତ୍ୟା ପରେ ବାହାରୁ କବାଟ ଦେଇ ଉମେଶ ପଳାଇଯାଇ ପୁରିପଡା ଗ୍ରାମର ଇଟା ଫାକ୍ଟ୍ରୀ ଚାହା ଦୋକାନରେ ଚାହା ପିଇବା ସହ ପଛରେ ଲୁଚିଯାଇଥିଲା । ସେଠାରେ ଭଡାରେ ରହୁଥିବା ଅନ୍ୟ ପରିବାର ଲୋକେ ସକାଳେ ବିଳମ୍ବ ହେବା ଦେଖି କବାଟ ଖୋଲି ମା ଓ ପୁଅ ମରିପଡିଥିବା ଦେଖି ପୁଲିସକୁ ଜଣାଇଥିଲେ । ଇଟାଫ୍ୟାକ୍ଟ୍ରୀ ଫଛ ଆକାଶୀ ଗଛରେ ଲୁଚିଥିବା ଉମେଶକୁ ଲୋକଙ୍କ ସହାୟତାରେ ପୁଲିସ କାବୁ କରିନେଇଥିଲା । ପୁଲିସ ପାଖରେ ଉମେଶ ସବୁ କଥା ମାନିଯାଇଥିଲା । ପୁଲିସ ବୈଜ୍ଞାନିକ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳ ଅନୁଧ୍ୟାନ କରିବା ପରେ ମାଜିଷ୍ଟ୍ରେଟ ତଥା ତହସିଲଦାର ସରୋଜକାନ୍ତ ନାୟକଙ୍କ ଉପସ୍ଥିତିରେ ପୁଲିସ ପଞ୍ଚନାମା କରିଥିଲା । ପୁଲିସ ଶବ ଦ୍ୱୟ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା କାଞ୍ଚନବାଳା ଭାଇ ବିଜୟର ଭିଯୋଗ କ୍ରମେ ପୁଲିସ ୨୧୦/୨୩ନଂ ହତ୍ୟା ମାମଲା ଋଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିବା ଜଣାଯାଇଛି । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଗଭୀର ଆଲୋଡନ ସୃଷ୍ଟି ହୋଇଛି ।
nter capital in Tura.

Related Articles

Leave a Reply

Your email address will not be published.

Back to top button