Latest Newsଓଡ଼ିଶା

ଓଡିଶା ଉପରେ ପଡିବନି ବାତ୍ୟାର ପ୍ରଭାବ : ଆଇଏମଡି ଡିଜି

ଭୁବନେଶ୍ୱର – ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଉତରପଶ୍ଚିମ ଦିଗରେ ଘଂଟା ପ୍ରତି ୭ କିମି ବେଗରେ ଗତି କରୁଛି । ଆଜି ଏହା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ । ତେବେ ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଓଡ଼ିଶାକୁ ବାତ୍ୟା ଜନିତ ପବନ କି ବର୍ଷା, କିଛି ହେବନି । ପଶ୍ଚିମବଙ୍ଗ ଉପରେ ଏହା ପ୍ରଭାବ ପକାଇପାରେ ।
ଡିଜି ଆହୁରି କହିଛନ୍ତି ଯେ ଗଭୀର ଅବପାତଟି ଆଜି ରାତି ସୁଦ୍ଧା ବାତ୍ୟାରେ ପରିଣତ ହେବ । ଆଜିି ସୁଦ୍ଧା ଭୀଷଣ ଓ ୧୨ ତାରିଖ ସୁଦ୍ଧା ଅତି ଭୀଷଣୋ ରୂପ ନେଇପାରେ । ୧୪ ତାରିଖ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ବାଂଲାଦେଶ କକ୍ସବଜାର ଓ ମିଆଁମାର କ୍ୟାଉକିପିଉ ମଧ୍ୟରେ ଉପକୂଳ ଛୁଇଁବ । ଉପକୂଳ ଛୁଇଁଲା ବେଳେ ପବନ ୧୧୦ରୁ ୧୩୦ କି.ମି. ବେଗରେ ବହିପାରେ । ବାତ୍ୟାର ପ୍ରଭାବ ଓଡ଼ିଶା କି ଆନ୍ଧ୍ରପ୍ରଦେଶ ଉପରେ ପଡ଼ିବନି ।ତେବେ ପଶ୍ଚିମବଙ୍ଗ ଉପକୂଳରେ ପ୍ରଭାବ ପଡ଼ିବ ଓ ୫୦ କି.ମି. ବେଗରେ ପବନ ବହିପାରେ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି । ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ପୂର୍ବ, କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଆଣ୍ଡାମାନ ସାଗର ଭିତରକୁ ଯିବାକୁ ବାରଣ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button